ନୂଆଦିଲ୍ଲୀ,୦୧/୦୯: ବିଶ୍ବ ଜଳବାୟୁରେ ସାଂଘାତିକ୍ ପରିବର୍ତ୍ତନସଙ୍କୁଚିତ ହେଉଛି ସର୍ବବୃହତ୍ତ ଲୁଣି ହ୍ରଦଭୌଗୋଳିକ ମାନଚିତ୍ରରୁ ହଜିଯିବ ସମୁଦ୍ରସିଧାସଳଖ ପ୍ରଭାବିତ ହେବେ ୫ଦେଶ । ଗଭୀର ଚିନ୍ତା ପ୍ରକଟ କଲେ ପରିବେଶବିତ୍ ସଙ୍କଟରେ ଜଳବାୟୁ, ବିପଦରେ ଜବୀଜଗତ । ବିଶ୍ବ ଜଳବାୟୁ ପରିବର୍ତ୍ତନର ପଦଚିହ୍ନ ଜଳ ଭାଗରୁ ଆରମ୍ଭ ହୋଇଛି । ଯାହା ଫଳରେ ସମୁଦ୍ର ଧୀରେ ଧୀରେ ପାଣି ଶୋଷିବାରେ ଲାଗିଲାଣି । ଏଭଳି ଲଗାତାର ଚାଲିଲେ ଏହା ପରିବେଶକୁ ପ୍ରଭାବିତ କରିବ ବୋଲି ବୈଜ୍ଞାନିକ ଏବଂ ପରିବେଶବିତ୍ ଚେତାବନୀ ଦେଇଛନ୍ତି । କାରଣ ବିଶ୍ବର ସର୍ବବୃହତ ଲୁଣି ପାଣି ହ୍ରଦ ଦିନକୁ ଦିନ ସଙ୍କୁଚିତ ହେବାରେ ଲାଗିଛି । କାସ୍ପିୟାନ ସାଗର ଶୁଖୁଛି । ଏହା ବିଶେଷ କରି ବୈଶ୍ବିକ ବାଣିଜ୍ୟ, ମାନବ କାର୍ଯ୍ୟକଳାପ ଏବଂ ସାମୁଦ୍ରିକ ପରିସଂସ୍ଥା ପ୍ରତି ଗଭୀର ବିପଦ ସୃଷ୍ଟି କରିବ । ଏହାର ସିଧାସଳଖ ପ୍ରଭାବ ଆଜରବୈଜାନ, ଇରାନ, କାଜାଖସ୍ତାନ, ରୁଷ୍ ଏବଂ ତୁର୍କମେନିସ୍ତାନ ଉପରେ ପଡ଼ିବ

କାସ୍ପିୟାନ ସାଗର ଦ୍ରୁତ ଗତିରେ ଶୁଖୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି ଆଜରବୈଜାନଗତ ପାଞ୍ଚ ବର୍ଷ ଭିତରେ ସମୁଦ୍ର ପତନ ୦.୯୩ ମିଟର, ଗତ ଦଶନ୍ଧିରେ ୧.୫ ମିଟର ଏବଂ ଗତ ୩୦ ବର୍ଷ ମଧ୍ୟରେ ୨.୫ ମିଟର ହ୍ରାସ ପାଇଛି ପ୍ରତିବର୍ଷ ୨୦ରୁ ୩୦ ସେଣ୍ଟିମିଟର ପର୍ଯ୍ୟନ୍ତ ସମୁଦ୍ର ପତନ ହ୍ରାସ ପାଉଛି ବୋଲି ସମୁଦ୍ର ବିଜ୍ଞାନୀ ଆକଳନ କରିଛନ୍ତି । ଯାହା ଦୀର୍ଘକାଳୀନ ପରିବେଶୀୟ ସମସ୍ୟା ଏବଂ ଆର୍ଥିକ ଅର୍ଥିକ ସଙ୍କଟକୁ ଡାକି ଆଣୁଛିକାରଣ ଆଜରବୈଜାନ, ଇରାନ, କାଜାଖସ୍ତାନ, ରୁଷ ଏବଂ ତୁର୍କମେନିସ୍ତାନ ସୀମାକୁ ଲାଗି କରି କାସ୍ପିୟାନ ସାଗରରେ ବଡ଼ ବଡ଼ ତୈଲ ଏବଂ ଗ୍ୟାସ୍ ଭଣ୍ଡାର ରହିଛିକାସ୍ପିୟାନ ସିରେ ଜୀବିକାର ଗୁରୁତ୍ୱପୂର୍ଣ୍ଣ ଉତ୍ସ ମଧ୍ୟ ରହିଛି । ମାଛ ଧରିବା, ବାଣିଜ୍ୟ ଏବଂ କୃଷି ପାଇଁ ୧୦ ନିୟୁତରୁ ଅଧିକ ଲୋକ ଏହା ଉପରେ ନିର୍ଭର କରୁଛନ୍ତି । ପ୍ରାୟ ୪ ନିୟୁତ ଆଜରବୈଜାନର ଉପକୂଳରେ ଏବଂ ୧୫ ନିୟୁତ ଲୋକ ସମଗ୍ର ଅଞ୍ଚଳରେ ବସବାସ କରି ଜୀବିକା ନିର୍ବାହ କରୁଛନ୍ତି

ବିଶ୍ବ ଜଳବାୟୁ ପରିବର୍ତ୍ତନ ଯୋଗୁଁ କାସ୍ପିୟାନ ସାଗର ସଙ୍କୁଚିତ ହେଉଥିବାରୁ ୨୦୨୫ର ପ୍ରଥମାର୍ଦ୍ଧରେ ତୈଳ ମାଲ୍ ପରିବହନ ୮.୧ଲକ୍ଷ ଟନ୍‌କୁ ହ୍ରାସ ପାଇଛି  । ପୂର୍ବ ଆର୍ଥିକ ବର୍ଷ ଏହି ସମୟରେ ଏହା ୮.୮ ଲକ୍ଷ ଟନ୍ ଥିଲା ସର୍ବବୃହତ ଲୁଣି ହ୍ରଦ ଶୁଖିଯିବା କେବଳ ବାଣିଜ୍ୟିକ କ୍ଷତି ନୁହେଁ ବରଂ ସମାନ ଧରଣର ପରିବେଶୀୟ କ୍ଷତିସମୁଦ୍ରର ଜଳ ସଙ୍କୁଚିତ ହେଉଥିବାରୁ ବିଶ୍ୱର ସର୍ବବୃହତ ଜୀବନ୍ତ ଜୀବାଶ୍ମ ଷ୍ଟର୍ଜନ ମାଛ ତାହାର ୪୫% ବାସ ହରାଇବାରେ ଲାଗିଛି କାହିଁକି ସଙ୍କୁଚିତ କାସ୍ପିୟାନ ସାଗର ? ଏଥିପାଇଁ କିଏ ଦାୟୀ ? ଋଷ୍ ଜବାୟୁ ପରିବର୍ତ୍ତନକୁ ଦାୟୀ କରିଥିବା ବେଳେ ଆଜରବୈଜାନ ମସ୍କୋ ଉପରେ ସିଧା ସିଧା ଦୋଷ ଲଦିଛି ଋଷ୍, ଭୋଲଗା ନଦୀ ଉପରେ ବଡ଼ ବଡ଼ ଜଳଭଣ୍ଡାର ଏବଂ ବନ୍ଧ ବାନ୍ଧିଥିବାରୁ ଏଭଳି ସମସ୍ୟା ଉପୁଜିଛି ବୋଲି ଆଜରବୈଜାନ ଅଭିଯୋଗ ଅଣିଛି।

ତଥ୍ୟ କହୁଛି, କାସ୍ପିୟାନ ସାଗରରେ ୧୩୦ଟି ଛୋଟବଡ଼ ନଦୀ ଜଳ ନିଷ୍କାସନ କରୁଛନ୍ତିଏଥିମଧ୍ୟରୁ ଭୋଲଗା ନଦୀର ୮୦ ପ୍ରତିଶତ ପାଣି ବିଶ୍ବର ବଡ଼ ଲୁଣି ହ୍ରଦରେ ଯାଇ ମିଶୁଛିମାତ୍ର ଋଷ୍ ଭୋଗଲା ନଦୀର ପାଣିକୁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ ବିନିଯୋଗ କରୁଥିବାରୁ ହ୍ରଦର ଜଳସ୍ତର ଶୁଖିବାରେ ଲାଗିଛି ଏବଂ ସମୁଦ୍ର ସଙ୍କୁଚିତ ହେଉଛି । ଯାହା ଫଳରେ ତାପମାତ୍ରା ବୃଦ୍ଧି ପାଉଛି । ଆଗକୁ ଏହା ଉପରେ ଜରୁରୀ ପଦକ୍ଷେପ ନିଆନଗଲେ ଆରାଲ୍ ସାଗର ଭଳି କାସ୍ପିଆନ ସାଗର ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯିବ ବୋଲି ସମୁଦ୍ର ବିଜ୍ଞାନୀ ଏବଂ ପରିବେଶ ବିତ୍ ଚେତାବନୀ ଦେଇଛନ୍ତି  ।